ରାଞ୍ଚି,୧୩।୧୨: କଂଗ୍ରେସ ରାଜ୍ୟ ସଭା ଏମ୍ପି ଧୀରଜ ସାହୁଙ୍କ ଘରେ ଆୟକର ଚଢାଉରେ ନଗଦ ୩୫୪ କୋଟି ଟଙ୍କା ଜବତ କରାଯାଇଛି। କୌଣସି ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଏ ପର୍ଯ୍ୟନ୍ତ ଜବତ ହୋଇଥିବା ଏହା ହେଉଛି ସର୍ବ ବୃହତ ପରିମାଣ । ତେବେ ଯାଞ୍ଚ ବେଳେ ଧୀରଜଙ୍କ ସହ ଜଡିତ ଖବର ସାମ୍ନାକୁ ଆସୁଛି। ସେ ଦାମୀ କାରକୁ ମଧ୍ୟ ଭଲ ପାଆନ୍ତି। ତାଙ୍କର ଝାଡଖଣ୍ଡର ଲୋହରଦଗାରେ ଏକ ବିଳାସପୂର୍ଣ୍ଣ ଘର ଅଛି, ଯେଉଁଠାରେ ଇନ୍ଦିରା ଗାନ୍ଧୀ ମଧ୍ୟ ଅନେକ ଥର ରହିଛନ୍ତି।
ଓଡିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ନଅଟି ସ୍ଥାନରେ ଚଢାଉ ପରେ ଏତେ ପରିମାଣର ଟଙ୍କା ଜବତ ହୋଇଛି। ତିନୋଟି ବ୍ୟାଙ୍କର ୮୦କର୍ମଚାରୀ ୪୦ଟି ଟଙ୍କା ଗଣନା ମେଶିନ ସହିତ ୭ଦିନ ପର୍ଯ୍ୟନ୍ତ ଗଣନା ଜାରି ରଖିଥିଲେ। କେବଳ ଓଡିଶାର ବାଲାଙ୍ଗୀରସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ୩୦୦ କୋଟି ଟଙ୍କା ମିଳିଛି।