Categories: ଜାତୀୟ

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ ବୋମା ଧମକ ଦେବାର ଧାରା ବନ୍ଦ ହେଉନାହିଁ। କିଛି ଦିନ ପୂର୍ବରୁ ଦିଲ୍ଲୀର ଅନେକ ବଡ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଥିଲା। ଏବେ ରବିବାର ଦିଲ୍ଲୀର ଦୁଇଟି ଡାକ୍ତରଖାନା ପରେ ବର୍ତ୍ତମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ) କୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି।

ଏହା ସହିତ ଦିଲ୍ଲୀର ଦୁଇଟି ଭିନ୍ନ ଡାକ୍ତରଖାନାକୁ ଧମକପୂର୍ଣ୍ଣ ଇମେଲ ପଠାଯାଇଛି ଯେଉଁଥିରେ ସେମାନଙ୍କୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଥିଲା। ପ୍ରଥମଟି ହେଉଛି ବୁରିର ସରକାରୀ ହସ୍ପିଟାଲ ଏବଂ ଦ୍ୱିତୀୟଟି ହେଉଛି ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ।
ହସ୍ପିଟାଲ ମ୍ୟାନେଜମେଣ୍ଟ ପୋଲିସକୁ ଏ ବିଷୟରେ ଅବଗତ କରାଇବା ପରେ ବୋମା ସ୍କ୍ବାଡ ଏବଂ ଅଗ୍ନିଶମ ବାହିନୀ ସହିତ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ପୋଲିସ କୌଣସି ସନ୍ଦେହଜନକ ସନ୍ଧାନ ପାଇନାହିଁ।

Share