Categories: ଜାତୀୟ

ଇନ୍ଦିରା ଅନୁଚ୍ଛେଦ ୩୫୬ର ୫୦ ଥର ଦୁରୁପଯୋଗ କରିଥିଲେ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୯।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ୫୦ ଥର ରାଜ୍ୟ ସରକାରଗୁଡ଼ିକୁ ଭାଙ୍ଗିଥିଲେ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ କହିଛନ୍ତି।

ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ରାଜ୍ୟଗୁଡ଼ିକ କ୍ରମାଗତ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିବ କଂଗ୍ରେସର ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ଉପରୋକ୍ତ ମତ ଦେଇଛନ୍ତି। କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ଥିବାବେଳେ ରାଜ୍ୟ ଓ ଆଞ୍ଚଳିକ ଦଳଗୁଡ଼ିକର ଅଧିକାରକୁ ଛଡ଼ାଇ ନେଇଥିଲା ଏବଂ ଅନୁଚ୍ଛେଦ ୩୫୬ର ଦୁରୁପଯୋଗ କରି ୯୦ ଥର ରାଜ୍ୟ ସରକାର ଭାଙ୍ଗିଥିଲା। କେବଳ ଇନ୍ଦିରା ଗାନ୍ଧୀଙ୍କ ଶାସନରେ ୫୦ ଥର ରାଜ୍ୟ ସରକାର ଭଙ୍ଗାଯାଇଥିଲା ବୋଲି ମୋଦି କହିଛନ୍ତି। ଏବେ ଯେଉଁମାନେ କଂଗ୍ରେସ ସହ ଏକାଠି ହୋଇଛନ୍ତି, ପୂର୍ବରୁ ସେମାନଙ୍କ ସରକାରକୁ କଂଗ୍ରେସ ଭାଙ୍ଗିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share