Categories: ଜାତୀୟ

ନିର୍ବାଚନ ଲଢ଼ିବେ ଇନ୍ଦିରା ହତ୍ୟାକାରୀଙ୍କ ପୁଅ: ମିଳିଲା ଟିକେଟ୍‌

ଅମୃତସର, ୧୨।୪: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ହତ୍ୟାକାରୀ ବିଅନ୍ତ ସିଂଙ୍କ ପୁଅ ସରବଜିତ ସିଂ ଖାଲ୍‌ସା (୪୫) ଚଳିତ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ସୂଚନା ଦେଇଛନ୍ତି। ଫରୀଦ୍‌କୋଟ ଆସନରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜ ନାମାଙ୍କନ ପତ୍ର ଦାଖଲ କରିବେ । ପୂର୍ବରୁ ସେ ୨୦୦୪ରେ ଭଟିଣ୍ଡା ଲୋକ ସଭା ଆସନରୁ ଓ ୨୦୧୪ରେ ଫତେଗଡ଼ ଲୋକ ସଭା ଆସନରୁ ଲଢ଼ି ପରାଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ୧୯୮୪ ଅକ୍ଟୋବର ୩୧ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ୨ ଅଙ୍ଗରକ୍ଷୀ ବିଅନ୍ତ ସିଂ ଓ ସତଓ୍ବନ୍ତ ସିଂ ହତ୍ୟା କରିଥିଲେ।

Share