ମେଲର୍ବନରେ ଆଖିବୁଜା ଗୁଳିମାଡ, ଜଣେ ମୃତ

ମେଲର୍ବନ,୮।୫: ଅଷ୍ଟ୍ରେଲିଆର ମେଲର୍ବନ ସହରର ଦକ୍ଷିଣ ୟାରାରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି। ଭିକ୍ଟୋରିଆ ପୋଲିସ ଶନିବାର ଏନେଇ ସୂଚନା ଦେଇଛି। ଭିକ୍ଟୋରିଆ ପୋଲିସ ଦ୍ୱାରା ଜାରି ବୟାନ ଅନୁଯାୟୀ, ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି କରିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛୁ ବୋଲି ପୋଲିସ ସୂଚନା ଦେଇଛି।

Share