ଝାରସୁଗୁଡ଼ା ଅଫିସ,୯ା୮: ବରଗଡ଼ ଏମ୍ପି ସୁରେଶ ପୂଜାରୀଙ୍କ କରୋନା ପଜିଟିଭ୍ ଆସିଥିବା ଶନିବାର ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଏଥିପାଇଁ ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ଝାରସୁଗୁଡ଼ା ଗସ୍ତରେ ଆସିଥିବା ଜିଲାପାଳ ସୁରେଶଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଆସନ୍ତା ୫ ଦିନ ପରେ ସେମାନଙ୍କ କୋଭିଡ୍ ପରୀକ୍ଷା କରାଯିବ ବୋଲି ଜଣାଇଛନ୍ତି।
ସୂଚନାଯୋଗ୍ୟ, ଏମ୍ପି ସୁରେଶ ପୂଜାରୀ କିଛିଦିନ ତଳେ ଝାରସୁଗୁଡ଼ା ଗସ୍ତରେ ଆସି ଓକିଲମାନଙ୍କ ସହିତ ବୈଠକ ଏକ ବୈଠକ କରିଥିଲେ। ଏହା ସହିତ ଝାରସୁଗୁଡ଼ା ବିମାନବନ୍ଦର ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟର ସମୀକ୍ଷା କରିଥିଲେ। ସେଠାରେ ସେ ବିମାନବନ୍ଦର ଅଧିକାରୀ, ପୂର୍ତ୍ତ ବିଭାଗର ଅଧିକାରୀ, ଜିଲା ପ୍ରଶାସନର ଅଧିକାରୀଙ୍କ ସମେତ ମ୍ୟୁନିସିପାଲିଟିର ଅଧିକାରୀମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ତାଙ୍କ ସହିତ ଜିଲା ଭାଜପାର କିଛି ନେତା ଓ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଝାରସୁଗୁଡ଼ା