ଟ୍ରୁଡୋଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଭାରତୀୟ-କାନାଡିୟ ବ୍ୟବସାୟୀ, ଭାରତ ବିରୋଧରେ ଅଭିଯୋଗକୁ କହିଲେ ଦାୟିତ୍ୱହୀନ

ଓଟାଓ୍ବା,୨୮।୯: କାନାଡାରେ ରହୁଥିବା ଭାରତୀୟ ପ୍ରବାସୀମାନେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ୱାରା ଭାରତ ବିରୋଧରେ ଆସିଥିବା ଅଭିଯୋଗକୁ ନିନ୍ଦା କରିଛନ୍ତି। ଏହାକୁ ଦାୟିତ୍ୱହୀନ ବୋଲି କହିଛନ୍ତି ।

ଖାଲିସ୍ତାନୀ ଆତଙ୍କବାଦୀ ହତ୍ୟାଙ୍କ ପରେ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଭାରତୀୟ-କାନାଡିୟ ବ୍ୟବସାୟୀ ରବି ଶ୍ମା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନକୁ ଦାୟିତ୍ୱହୀନ ବୋଲି କହିଛନ୍ତି। ସେ କହିଛନ୍ତି, କାନାଡା ସଂସଦରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ୱାରା କରାଯାଇଥିବା ଘୋଷଣା କିଛି ଏପରି ଥିଲା ଯାହାକୁ ସହଜରେ ଅଣଦେଖା କରାଯାଇପାରିଥାନ୍ତା।

ଖାଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ମାମଲାରେ ଭାରତ ଉପରେ ଦିଆଯାଇଥିବା ଅଭିଯୋଗର ଜବାବରେ ସେ କହିଛନ୍ତି, ଯେତେବେଳେ ଏହି ଘୋଷଣା କରାଯାଇଥିଲା, ସେତେବେଳେ କାନାଡାରେ ବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟ ସଚେତନ ଥିଲେ। ଏହି ଘୋଷଣା ଏକ ତୁରନ୍ତ ପ୍ରଭାବ ସୃଷ୍ଟି କରିଛି, ଯାହା ଫଳରେ ଲୋକମାନେ ଅନୁଭବ କରୁଛନ୍ତି ଯେ ସେମାନେ ଅସୁବିଧାରେ ଅଛନ୍ତି। ଘୋଷଣାରୁ ଜଣାପଡୁଥିଲା ଯେ ଭାରତ ସରକାର ନିଜାରଙ୍କୁ ହତ୍ୟା କରିଛନ୍ତି, ଯାହା ସତ୍ୟ ନୁହେଁ। ସତ୍ୟ ଅନ୍ୟ କିଛି। ହିନ୍ଦୁ ଏବଂ ଶିଖମାନେ କାନାଡାରେ ଶାନ୍ତିପୂର୍ଣ୍ଣ ଭାବରେ ବାସ କରନ୍ତି ଏବଂ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବୟାନରେ ଯାହା କୁହାଯାଇଥିଲା ତାହା ଅତ୍ୟନ୍ତ ଦାୟିତ୍ୱହୀନ ଥିଲା।

Share