ନୂଆଦିଲ୍ଲୀ, ୧୫।୭: ଗଲଓ୍ବାନ ଘାଟିର ହିଂସ୍ରକ ସଂଘର୍ଷ ପରେ ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ଚତୁର୍ଥ କମାଣ୍ଡର ସ୍ତରୀୟ ବୈଠକ ପୂର୍ବ ଲଦାଖର ତୁସୁଲଠାରେ ଅନୁଷ୍ଠିତ ହୋଇଯାଇଛି। ୧୪ ଘଣ୍ଟା ଧରି ଜାରି ରହିଥିବା ଏହି ବୈଠକରେ ବିବାଦୀୟ ଅଞ୍ଚଳରୁ ଦ୍ୱିତୀୟ ପ୍ରର୍ଯ୍ୟାୟ ଚାଇନା ସୈନ୍ୟ ହଟାଇବା ନେଇ ଆଲୋଚନା ହୋଇଥିଲା। ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୩୦ରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଜାରି ରହିଥିଲା। ପୂର୍ବ ଲଦାଖ ଅଞ୍ଚଳରୁ ଚାଇନା ସୈନ୍ୟ ହଟାଇନେବା ଲାଗି ବୈଠକରେ ଭାରତ ପକ୍ଷରୁ କୁହାଯାଇଥିଲା। ଆଲୋଚନା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା କୁହାଯାଉଛି।