Categories: ଜାତୀୟ

ଭାରତ-ଚାଇନା ସୀମା ସଡ଼କ ହେବ ୧୦ ମିଟର ଚ‌ଉଡ଼ା: ଏଲ୍‌ଏସିରେ ଶୀଘ୍ର ପହଞ୍ଚିବ ସହାୟତା

ଲଦାଖ,୧୭।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଠାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ତଥା ଛୋଟ ସଡ଼କ ରଣନୈତିକ ଦୃଷ୍ଟିକୋଣରେ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ। ତେଣୁ ଏସବୁ ସଡ଼କଗୁଡ଼ିକର ଚୌଡ଼ା ୧୦ ମିଟର ଅର୍ଥାତ୍‌ ୩୨ ଫୁଟରୁ ଅଧିକ ଚୌଡ଼ା କରାଯିବ। ପୂର୍ବରୁ ଏସବୁ ସଡ଼କର ଚୌଡ଼ା ୫.୫ ମିଟର ଅର୍ଥାତ୍‌ ୧୮ ଫୁଟ ଥିଲା। ଜରୁରୀକାଳୀନ ସ୍ଥିତିରେ ଏସବୁ ସଡ଼କ ଦେଇ ଏଲ୍‌ଏସିରେ ସହଜରେ ଏବଂ ଶୀଘ୍ର ଆବଶ୍ୟକ ସହାୟତା ପହଞ୍ଚିପାରିବ ବୋଲି କୁହାଯାଉଛି। ଦେଶର ସୁରକ୍ଷା ଲାଗି ଏଭଳି ପଦକ୍ଷେପ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି। ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୨ ବର୍ଷ ପୁରୁଣା ପରିପତ୍ରରେ ଏନେଇ ସଂଶୋଧନ କରିଛନ୍ତି। ପାହାଡ଼ିଆ ଅଞ୍ଚଳରେ ଚାଇନା ସୀମାକୁ ସଂଯୋଗ କରୁଥିବା ସଡ଼କ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେଣୁ ଏହାର ବିକାଶ ଅପରିହାର୍ଯ୍ୟ ହୋଇପଡ଼ିଥିବା ଦର୍ଶାଯାଇଛି।

Share