Categories: ଜାତୀୟ

ମାର୍ଚ୍ଚ ୧୧ରେ ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ…

ଲଦାଖ,୮।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ଚାଇନା ଏକାଠି ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକ ଭାରତୀୟ ପାର୍ଶ୍ୱରେ ଥିବା ଚୁସୁଲ ମାଲଡୋରେ ଅନୁଷ୍ଠିତ ହେବ।

ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୧୪ ରାଉଣ୍ଡ ଆଲୋଚନା ପରେ ପାଙ୍ଗାଙ୍ଗ ତ୍ସୋ, ଗଲୱାନ ଏବଂ ପୂର୍ବ ଲଦାଖର ଗୋଗରା ହଟ୍‌ ସ୍ପ୍ରିଙ୍ଗ୍‌ ଅଞ୍ଚଳର ଉତ୍ତର ଏବଂ ଦକ୍ଷିଣ କୂଳରୁ ସେନାକୁ ପ୍ରତ୍ୟାହାର କରି ଉତ୍ତେଜନା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଲଦାଖର ଅନ୍ୟ ଅଞ୍ଚଳରେ ଜାରି ରହିଥିବା ଉତ୍ତେଜନାକୁ ଶେଷ କରିବାକୁ ଉଭୟ ପକ୍ଷ ମଧ୍ୟ ଚେଷ୍ଟା କରିବେ ବୋଲି ନିଷ୍ପତ୍ତି ହୋଇଛି।

Share