Advertisement

ଶୁକ୍ରବାର ଭାରତ-ଚାଇନା ଆଲୋଚନା

ନୂଆଦିଲ୍ଲୀ,୮।୪: ଭାରତ ଚାଇନା ମଧ୍ୟରେ ୧୧ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଶୁକ୍ରବାର ଅନୁଷ୍ଠିତ ହେବ। ଲଦାଖର ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ ଏବଂ ଦେପସାଙ୍ଗ୍‌ ସମତଳ ଅଞ୍ଚଳ ନେଇ ବିସ୍ତୃତ ଚର୍ଚ୍ଚା କରାଯିବ। ପୂର୍ବ ଲଦାଖର ଚୁଶୁଲଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ବୈଠକ ଆରମ୍ଭ ହେବ। ପୋଙ୍ଗାଙ୍ଗ୍‌ ହ୍ରଦ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ସମାଧାନ ଲାଗି ଏହା ପୂର୍ବରୁ ଦୁଇଦେଶ ମଧ୍ୟରେ ୧୦ଥର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ସାରିଛି। ଏବେ ସୀମାରେ ଅନ୍ୟ ଅଞ୍ଚଳକୁ ନେଇ ଲାଗି ରହିଥିବା ବିବାଦର ଲାଗି ବୈଠକ ଅନୁଷ୍ଠିତ ହେଉଛି। ସୀମା ବିବାଦର ସଫଳ ସମାଧାନ ହେଲେ ଭାରତ ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share