ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ବିଟ୍ରେନରେ ବାଇଡେନ-ସୁନକଙ୍କ ଆଲୋଚନା

ଲଣ୍ଡନ,୧୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ବ୍ୟାପକ ଭୂ-ରାଜନୀତିକୁ ନେଇ ଆଲୋଚନା ହୋଇଥିଲା। ଲିଥୁଆରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଶିଖର ସମ୍ମିଳନୀ ପୂର୍ବରୁ ବାଇଡେନ ବ୍ରିଟେନରେ ପହଞ୍ଚିଛନ୍ତି। ରୁଷିଆ-ୟୁକ୍ରେନ ବିବାଦ ତଥା ପାଶ୍ଚାତ୍ୟର ସମର୍ଥନ ନାଟୋ ଶିଖର ସମ୍ମିଳନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହା ପରେ ବାଇଡେନଙ୍କୁ ୱିଣ୍ଡସର ଦୁର୍ଗରେ କିଙ୍ଗ ଚାଲର୍‌ସ ତୃତୀୟ ମଧ୍ୟ ସ୍ବାଗତ କରିଛନ୍ତି। ସେ ସୁନକଙ୍କ ସହ ଆଲୋଚନା ପୂର୍ବରୁ ବ୍ରିଟେନ-ଆମେରିକା ସମ୍ପର୍କକୁ ଏକ ପଥର ପରି ଶକ୍ତିଶାଳୀ ବୋଲି ବର୍ଣ୍ଣନା କରିଛନ୍ତି। ଡାଉନିଂ ଷ୍ଟ୍ରିଟ ମୁଖପାତ୍ର ସେମାନଙ୍କ ଆଲୋଚନା ବିଷୟରେ କହିଛନ୍ତି ଯେ, ଏହି ସପ୍ତାହରେ ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ସୁନକ ଏବଂ ରାଷ୍ଟ୍ରପତି ବାଇଡେନ ଆମର ମିଳିତତାକୁ ମଜବୁତ କରିବା ଏବଂ ୟୁକ୍ରେନ ପାଇଁ ଆମର ସମର୍ଥନ ବଜାୟ ରଖିବା ଉପରେ ସହମତ ହୋଇଛନ୍ତି।

Share