Categories: ଜାତୀୟ

୮ରୁ ଭାରତ-ଆମେରିକାର ମିଳିତ ସମରାଭ୍ୟାସ: ରାଜସ୍ଥାନରେ ପହଞ୍ଚିଲେ ଆମେରିକୀୟ ସୈନିକ

ଜୟପୁର,୭।୨: ପାକିସ୍ତାନ ସୀମାନ୍ତରେ ସୋମବାରଠାରୁ ଦୁଇ ସପ୍ତାହ ଧରି ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ ହେବ। ଏନେଇ ଆମେରିକା ସୈନିକ ରବିବାର ରାଜସ୍ଥାନରେ ପହଞ୍ଚି ଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ୨୭୦ଜଣ ଆମେରିକୀୟ ସୈନିକ ରାଜସ୍ଥାନର ସୁରଟଗଡ଼ରେ ପହଞ୍ଚି ଥିଲେ। ପରେ ସୈନିକମାନେ ମିଳିତ ସମରାଭ୍ୟାସ ହେବାକୁ ଥିବା ‘ମହାଜନ ଫିଲ୍ଡ ଫାଇରିଂ ରେଞ୍ଜ’ ଅଭିମୁଖେ ବାହାରିଥିବା ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି। ‘ମହାଜନ ଫିଲ୍ଡ ଫାଇରିଂ ରେଞ୍ଜ’ ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ସାମରାଭ୍ୟାସର ୧୬ଶ ସଂସ୍କରଣ ବୋଲି ମୁଖପାତ୍ର ଶର୍ମା କହିଛନ୍ତି। ଏହି ସମରାଭ୍ୟାସ ଫେବୃୟାରୀ ୨୧ ପର୍ଯ୍ୟନ୍ତ ଚାଲିବ।

Share