ଜାକର୍ତ୍ତା,୨୮ା୪: ପଶ୍ଚିମ ଇଣ୍ଡୋନେସିଆରେ ୭୮ ଜଣଙ୍କୁ ନେଇ ଏକ ସ୍ପିଡବୋଟ୍ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ଉଦ୍ଧାର କର୍ମଚାରୀମାନେ ଶୁକ୍ରବାର ସକାଳେ ସମୁଦ୍ରରେ ନିଖୋଜ ଥିବା ୯ ଜଣଙ୍କୁ ଖୋଜିବା ଆମମ୍ଭ କରିଛନ୍ତି। ତେବେ ଡଙ୍ଗା ବୁଡ଼ିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଉଦ୍ଧାରକାରୀ ସଂସ୍ଥାର ମୁଖ୍ୟ ନ୍ୟାମନ ସିଦ୍ଧକାର୍ଯ୍ୟ କହିଛନ୍ତି, ଉଦ୍ଧାର କର୍ମଚାରୀମାନେ ୧୧ଟି ମୃତଦେହ ଉଦ୍ଧାର କରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ। ବର୍ତ୍ତମାନ ସୁଦ୍ଧା ମୋଟ୍ ୫୮ ଜଣଙ୍କୁ ଉଦ୍ଧାର କରାଯାଇଛି।
ସ୍ଥାନୀୟ ଟେଲିଭିଜନ ଫୁଟେଜରୁ ଜଣାପଡିଛି ଯେ, ଲୋକମାନେ ଓଲଟି ପଡ଼ିଥିବା ଡଙ୍ଗା ଉପରେ ଠିଆ ହୋଇ ମତ୍ସ୍ୟଜୀବୀ ଡଙ୍ଗାରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି।