ଉଡ଼ାଣର କିଛି ସମୟ ମଧ୍ୟରେ ଇଣ୍ଡୋନେସିଆ ବିମାନ ନିଖୋଜ

ଜାକର୍ତ୍ତା,୯।୧: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ସୋଏକର୍ନହାଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ବିମାନ ଉଡ଼ାଣ କରିବା ପରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ତେବେ ଜାକର୍ତ୍ତାରୁ ପୋଣ୍ଟିଆନକ୍‌ ‌ ଅଭିମୁଖେ ଯାତ୍ରା କରୁଥିବା ବୋଇଂ ୭୩୭-୫୦୦ ‘କ୍ଲାସିକ’ ବିମାନକୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀବିଜୟ ଏୟାର ଏସ୍‌ଜେ ୧୮୨ ବୋଇଂ‌ ୭୩୭-୫୦୦ ବିମାନ ଯାହାର ପଞ୍ଜୀକରଣ ସଂଖ୍ୟା ହେଉଛି ପିକେ ସିଏଲ୍‌ସି (ଏମ୍‌ଏସ୍‌ଏନ୍‌ ୨୭୩୨୩)।
ଏହି ବିମାନଟି ଉଡ଼ାଣ ହେବାର ୪ ମିନିଟ୍‌ ମଧ୍ୟରେ ୧୦,୦୦୦ ଫୁଟରୁ ଅଧିକ ଉଚ୍ଚକୁ ଯିବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଯୁଦ୍ଧ ରାଡାର ୨୪ ଟୁଇଟ୍‌ର ପେଜ୍‌ରେ ବିମାନ ନିଖୋଜ ହେବା ବିଷୟରେ ସୂଚନା ଦିଆଯାଇଛି।

Share