ଇଣ୍ଡୋସେନିଆ କୋଇଲା ଖଣିରେ ବିସ୍ଫୋରଣ: ୯ ମୃତ

ଜାକର୍ତ୍ତା,୧୦ା୧୨: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଶୁକ୍ରବାର ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏକ ଘରୋଇ କମ୍ପାନୀର ଏହି ଖଣିରେ ମିଥେନ୍‌ ଆଦି ବିଷାକ୍ତ ଗ୍ୟାସ୍‌ ଯୋଗୁ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏହି ସମୟରେ ଖଣିରେ ୧୨ ଜଣ ଶ୍ରମିକ କାମ କରୁଥିଲେ। ଉଦ୍ଧାରକାରୀ ଟିମ୍‌ ବହୁ କଷ୍ଟରେ ୨ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଖଣିରୁ ବାହାର କରିବାରେ ସଫଳ ହୋଇଥିଲେ।

Share