ଇଣ୍ଡୋନେସିଆରେ ପୁଣି ଭୂକମ୍ପ ଝଟକା

ଜାକର୍ତ୍ତା,୩।୭: ଇଣ୍ଡୋନେସିଆର ପୂର୍ବ ପ୍ରଦେଶରେ ପୁଣି ଏକ ଭୂକମ୍ପ ଝଟକା। ତେବେ ଭୂକମ୍ପ ପରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ, ଏହି ଭୂକମ୍ପର ତୀବ୍ରତା ୫.୪ ରହିଥିଲା।

ଏହି ଭୂକମ୍ପ କେନ୍ଦ୍ର ପାପୁଆ ପ୍ରଦେଶର ରାଜଧାନୀ ଜୟାପୁରାର ଏକ ଉପଜିଲା ଆବେପୁରାର ୧୩୫ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୩ କିଲୋମିଟର ଗଭୀରରେ ଥିଲା।

Share