ଇଣ୍ଡୋନେସିଆ ଭୂକମ୍ପରେ ବଢୁଛି ମୃତକଙ୍କ ସଂଖ୍ୟା, ଏବେ ପର୍ଯ୍ୟନ୍ତ ୩୧୦ ମୃତ ୨୪ ନିଖୋଜ

ଜାଭା,୨୬ ।୧୧: ଇଣ୍ଡୋନେସିଆ ପଶ୍ଚିମ ଜାଭା ଅଞ୍ଚଳରେ ଥିବା ସିୟାଂଜୁରରେ ସୋମବାର ଆସିଥିବା ଭୁକମ୍ପରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆର ଜାଭାରେ ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ଏବେ ୩୧୦ରେ ପହଞ୍ଚିଛି ଏହାସହ ୨୪ ନିଖୋଜ ଅଛନ୍ତି ।
ସୂଚନାଯୋଗ୍ୟ, ଏହି ଭୂକମ୍ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିୟାଂଜୁର ଅଞ୍ଚଳ । ଏଠାରେ ଭୂକମ୍ପ ସମୟରେ ଘର ଗୁଡିକ ୩ ମିନିଟ ପର୍ଯ୍ୟନ୍ତ ଦୋହଲିଥିଲା । ଏଠାରେ ସବୁଠାରୁ ଅଧିକ ଲୋକଙ୍କର ମୃତ୍ୟୁ ବି ହୋଇଛି । ତେବେ ମୃତକଙ୍କ ସରକାରୀ ସଂଖ୍ୟା ଜାରି କରାଯାଇ ନାହିଁ । ସିୟାଂଜୁର ସବୁଠାରୁ ଅଧିକ କ୍ଷତିଗ୍ର୍‌ତ ହେଲା କାରଣ ଏଠାରେ ସବୁଠାରୁ ଅଧିକ ଜନସଂଖ୍ୟା । ଏଠାରେ ଭୂସ୍ଖଳନ ଏକ ସାଧାରଣ ଘଟଣା । ଘର ଗୁଡିକ ସେତେ ମଜଭୁତ ନୁହେଁ ।

Share