ଇଣ୍ଡୋନେସିଆରେ ଭୂକମ୍ପ: ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ଜାକର୍ତ୍ତା,୨୧।୧୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ସୋମବାର ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଥିଲା। ଭୂକମ୍ପ ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଆସିଥିଲେ। ଏଥିରେ ସହରରେ ୪୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩ଶହ ଆହତ ହୋଇଛନ୍ତି। ଏଥିସହ ସହରର ଅନେକ କୋଠା ଭୁଷୁଡ଼ି ପଡ଼ିଥିବାରୁ ଏହାର ଭଗ୍ନାବଶେଷ ତଳେ କେତେକ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭା ପ୍ରାନ୍ତର ସିୟାଞ୍ଜୁର ରହିଥିବା ବେଳେ ଏହାର ଗଭୀରତା ୧୦କିଲୋମିଟର ଦୂରରେ ରହିଥିବା ନେଇ ଆମେରିକାର ଜିୟୋଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି।

Share