ଭାରତକୁ ଜି-୨୦ର ଅଧ୍ୟକ୍ଷତା ପ୍ରଦାନ କଲା ଇଣ୍ଡୋନେସିଆ…

ବାଲି/ନୂଆଦିଲ୍ଲୀ,୧୬।୧୧ : ବାଲି ଶିଖର ସମ୍ମିଳନୀର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ର ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ପ୍ରଦାନ କରିଛନ୍ତି। ଡିସେମ୍ବର ୧ ରୁ ଭାରତ ଆନୁଷ୍ଠାନିକ ଭାବରେ ଜି -୨୦ ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଜି -୨୦ ର ଅଧ୍ୟକ୍ଷତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଆମେ ଆମର ବିଭିନ୍ନ ସହର ଏବଂ ରାଜ୍ୟରେ ଏନେଇ ସଭା ଆୟୋଜନ କରିବୁ। ଆମ ଅତିଥିମାନେ ଭାରତର ଆଶ୍ଚର୍ଯ୍ୟ, ବିବିଧତା, ଅନ୍ତର୍ଭୁକ୍ତ ପରମ୍ପରା ଏବଂ ସାଂସ୍କୃତିକ ସମୃଦ୍ଧତାକୁ ସମ୍ପୂର୍ଣ୍ଣରୂପେ ଅନୁଭବ କରି ପାରିବେ ।

Share