ଜାକର୍ତ୍ତା, ୭। ୩: ଇଣ୍ଡୋନେସିଆ ନିକଟରେ ଥିବା ରିଉ ଦ୍ୱୀପରେ ଭୂସ୍ଖଳନରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ସୋମବାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସିର ମୁଖପାତ୍ର ଅବଦୁଲ ମୁହାରି ସୂଚନା ଦେଇଛନ୍ତି। ଭୂସ୍ଖଳନ ଜନିତ ଭଗ୍ନାବଶେଷ ଏବଂ କାଦୁଅରେ ଘରଗୁଡ଼ିକ ଧ୍ୱସ୍ତ ହୋଇଯାଇଛି। ତେବେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳ ସମ୍ପର୍କରେ ବିଶେଷ ସୂଚନା ମିଳିପାରୁ ନ ଥିବା ରିଉ ଦ୍ୱୀପର ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ମୁଖପାତ୍ର ଜନେନାହ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ପାଗ ଖରାପ ଥିବାବେଳେ ଦ୍ରୁତ ପବନ ବହିବାର ଲାଗିଛି। ପ୍ରଭାବିତ ଲୋକଙ୍କୁ ରିଲିଫ୍ ସହାୟତା ଯୋଗାଇଦେବା ପାଇଁ ମଙ୍ଗଳବାର ସରକାରଙ୍କ ପକ୍ଷରୁ ହେଲିକପ୍ଟର ବ୍ୟବସ୍ଥା କରାଯିବା ସୂଚନା ଦିଆଯାଇଛି।