‘ଆଜିର ଯୁଗ ଯୁଦ୍ଧ ନୁହେଁ, ଆଲୋଚନା, କୂଟନୀତି ହିଁ ଏହାର ସମାଧାନର ଏକମାତ୍ର ରାସ୍ତା’

ଜାକର୍ତ୍ତା,୭।୯: ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସମସ୍ତ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ଦୃଢ କରିବା ପାଇଁ ମିଳିତ ପ୍ରୟାସ ଆବଶ୍ୟକ। ଦକ୍ଷିଣ ଚାଇନା ସାଗରରେ ଚାଇନାର ବଢୁଥିବା ସାମରିକ ଆକ୍ରମଣ ସମ୍ପର୍କରେ ସେ ଏହି କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ଅଞ୍ଚଳର ସମସ୍ତ ଦେଶର ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧତା ପାଇଁ ଆଗ୍ରହ ରହିଛି। ଆଜିର ଯୁଗ ଯୁଦ୍ଧ ନୁହେଁ। ଆଲୋଚନା ଏବଂ କୂଟନୀତି ସମାଧାନର ଏକମାତ୍ର ଉପାୟ।

ଚାଇନା ଅତୀତରେ ମାଲେସିଆ, ଭିଏତନାମ ଏବଂ ଫିଲିପାଇନ୍ସ ପରି ଅନେକ ଏସିଆନ ସଦସ୍ୟ ରାଷ୍ଟ୍ରକୁ ‘ଚାଇନାର ଷ୍ଟାଣ୍ଡାର୍ଡ ମାନଚିତ୍ର ’ରେ ଦର୍ଶାଇଥିଲା। ପିଏମ ମୋଦିଙ୍କ ସର୍ବଶେଷ ମନ୍ତବ୍ୟ ଏହି ବିଷୟରେ ଆସିଛି। ଅଗଷ୍ଟ ୨୮ରେ, ଚାଇନା ‘ ଚାଇନାର ମାନକ ମାନଚିତ୍ର’ ର ୨୦୨୩ ସଂସ୍କରଣ ପ୍ରକାଶ କରିଥିଲା। ଏଥିରେ ଚାଇନା ତାଇୱାନ, ଦକ୍ଷିଣ ଚାଇନା ସାଗର, ଅରୁଣାଚଳ ପ୍ରଦେଶ ଏବଂ ଆକସାଇ ଚାଇନାକୁ ଏହାର ଅଂଶ ବୋଲି ଦାବି କରିଛି। ତେବେ ଚାଇନା ମାନଚିତ୍ରକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି। ଯାହାକୁ ନେଇ ଚାଇନା ନେଇ ତୀବ୍ର ବିରୋଧ କରିଛି।

 

Share