ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ରେକଡର

ଜାକର୍ତ୍ତା, ୧୨ା୧- ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶ୍ରୀଓ୍ବିଜୟ ଏୟାର ପ୍ଲେନର ଭଗ୍ନାଂଶରୁ ରେକଡର ଠାବ କରିଛନ୍ତି ଇଣ୍ଡୋନେସିଆ ଅଧିକାରୀ। ବିମାନର ରେକର୍ଡିଂ ଡିଭାଇସକୁ ଜାକର୍ତ୍ତାର ପୋର୍ଟ ନିଆଯାଇଥିବା ନେଭିର ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଗଣମାଧ୍ୟମରେ ଏକ ପ୍ଲାଷ୍ଟିକ ବକ୍ସରେ ଉକ୍ତ ଯନ୍ତ୍ରକୁ ସ୍ପିଡ୍‌ ବୋଟରେ ନିଆଯାଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଯନ୍ତ୍ରଟି ବିମାନର ଫ୍ଲାଇଟ୍‌ ଡାଟା ରେକଡର ନା କକ୍‌ପିଟ୍‌ ଭଏସ ରେକଡର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

Share