କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା

ଛତ୍ରପୁର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। କବିସୂର୍ଯ୍ୟନଗର ଓ କୋଦଳା ଏନ୍‌ଏସି ପରିସରରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଏଠାରେ ଭଲ ଖେଳ ପଡିଆର ନିହାତି ଆବଶ୍ୟକ ରହିଛି ବୋଲି ବିଧାୟିକାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କଠାରେ ପ୍ରସ୍ତାବ ଦିଆଯାଇଥିଲା। ଏହି ଆଲୋଚନା ବେଳେ କବିସୂର୍ଯ୍ୟନଗର ଓ କୋଦଳା ଏନ୍‌ଏସି ଅଞ୍ଚଳରେ ଜାତୀୟ ସ୍ତରରେ କ୍ରୀଡା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ଖେଳାଳି ମଧ୍ୟ ଉପସ୍ଥିତ ଥିଲେ।

Share