ନାସାରେ ସ୍ପେସ ବୈଜ୍ଞାନିକ ହେଲେ ଭାରତର ୨୧ ବର୍ଷିୟ ଛାତ୍ର

ଇନ୍ଦୋର,୧୦।୯: ଭାରତ ପାଇଁ ଗର୍ବ ଆଣିଛନ୍ତି ଇନ୍ଦୋରର ୨୧ବର୍ଷିୟ ଆଗମ। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ରହୁଥିବା ୨୧ ବର୍ଷିୟ ଆଗମ ଜୈନ ଆମେରିକାର ସ୍ପେସ ଏଜେନ୍ସି ନାସାପାଇଁ ମନୋନୀତ ହୋଇଛନ୍ତି। ଆଗାମ ନାସାରେ ଇଣ୍ଟରନାଶନାଲ ଏୟାର ଆଣ୍ଡ ସ୍ପେସ୍‌ ପ୍ରୋଗ୍ରାମ ପାଇଁ ଚୟନ ହୋଇଛନ୍ତି। ସେ ଜଣେ ସ୍ପେସ ବୈଜ୍ଞାନିକ ହେବା ପାଇଁ ତାଲିମ ନେବେ।
ଆଗାମ ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ ଦୁଇମାସ ଇଣ୍ଟର୍ନସିପ କରିଛନ୍ତି। ନାସା ସମେତ ଅନ୍ୟ ପାଞ୍ଚଟି କାର୍ଯ୍ୟକ୍ରମ ପାଇଁ ଆଗାମଙ୍କୁ ଚୟନ କରାଯାଇଛି।
ଦିବଙ୍ଗତ ପିତାଙ୍କର ପେନସନରେ ଆଗମଙ୍କ ପଢା ଖର୍ଚ୍ଚ ହୋଇଥାଏ। ତାଙ୍କ ପିତା ରାଜେଶ କୁମାର ଜେନ ଏକ ସରକାରୀ ହାଇସ୍କୁଲର ଶିକ୍ଷକ ଥିଲେ, ଯିଏକି ଗତ ବର୍ଷ ମୃତ୍ୟୁବରଣ କରିଥିଲେ। ଆଗମ ନାସା କାର୍ଯ୍ୟକ୍ରମକୁ ଯିବାକୁ ତାଙ୍କୁ ୬ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଆବଶ୍ୟକ। ଏହି ଟଙ୍କା ନାସାକୁ ଯାତ୍ରା ଓ ସେଠାରେ ତାଲିମ ସମୟରେ ଖର୍ଚ୍ଚ ହେବ। ସେ ସହାୟତା ପାଇଁ ଇନ୍ଦୋର ସାଂସଦ ଶଙ୍କର ଲାଲୱାନୀଙ୍କ ସହ କଥା ହୋଇଛନ୍ତି।

Share