Categories: ଜାତୀୟ

ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ମନ୍ଦିର ଟ୍ରଷ୍ଟ ବିରୋଧରେ ମାମଲା ରୁଜୁ

ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ଏ ପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ କ୍ରମାଗତ ଭାବରେ ଚାଲଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ର ୧୪୦ଜଣିଆ ଟିମ ନିୟୋଜିତ ଅଛନ୍ତି। ତେବେ ଏହି ଘଟଣା ପରେ ଉକ୍ତ ମନ୍ଦିରର ଟ୍ରଷ୍ଟ ସଭାପତି ତଥା ପୂର୍ବତନ କାଉନସିଲର ସେବାରାମ ଗାଲାନି ଏବଂ ସଚିବ ଶ୍ରୀକାନ୍ତ ପଟେଲ ଏବଂ କୁମାର ସବନାନୀଙ୍କ ବିରୋଧରେ ଧାରା ୩୦୪ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଇନ୍ଦୋର ପୋଲିସ କମିଶନର ମକରନ୍ଦ ଦେଓସ୍କର କହିବାନୁଯାୟୀ, ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।

Share