Categories: ଜାତୀୟ

କମ୍ପ୍ୟୁଟର ବାବାଙ୍କ ଆଶ୍ରମରୁ ମିଳିଲା ବନ୍ଧୁକ, ଖଣ୍ଡା

ଇନ୍ଦୋର,୮।୧୧:ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ସମୟରେ ସରକାରଙ୍କ ବିରୋଧରେ ‘ଲୋକତନ୍ତ୍ର ବଚାଓ’ ଯାତ୍ରା ଆରମ୍ଭ କରିଥିବା କମ୍ପ୍ୟୁଟର ବାବା ଓରଫ୍‌ ନାମଦେବ ଦାସ ତ୍ୟାଗୀଙ୍କ ଆଶ୍ରମ ରବିବାର ଭାଙ୍ଗି ଦିଆଯାଇଛି। ଇନ୍ଦୋର ସହର ନିକଟସ୍ଥ ଜାମ୍ବୁଡି ହାପସି ଗାଁର ଗୋମାଟଗିରିରେ ନିର୍ମିତ ଆଲିଶାନ ଆଶ୍ରମକୁ ପ୍ରଶାସନ ଭାଙ୍ଗି ଦେଇଛି। ସରକାରୀ ଜମିକୁ କବ୍ଜା କରି ଆଶ୍ରମ ନିର୍ମାଣ କରିଥିବା କମ୍ପ୍ୟୁଟର ବାବାଙ୍କ ଆଶ୍ରମରେ ବିଳାସପୂର୍ଣ୍ଣ ବାଥରୁମ ଥିବା ଦେଖିବାକୁ ମିଳିଥିଲା। ଏହି ଅଶ୍ରମ ଭଙ୍ଗା ସମୟରେ ଆଶ୍ରମରୁ ବନ୍ଧୁକ ଓ ଖଣ୍ଡା ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ ପ୍ରଶାସନ କମ୍ପ୍ୟୁଟର ବାବା ଏବଂ ତାଙ୍କର ୬ ଜଣ ସହାୟକଙ୍କୁ ମଧ୍ୟ ଗିରଫ କରିଛି।

 

Share