Categories: ଜାତୀୟ

ମଧ୍ୟପ୍ରଦେଶକୁ ଫେରିଲା କରୋନା, ମାଳଦ୍ୱୀପରୁ ଫେରିଥିବା ଦମ୍ପତି କୋଭିଡ ପଜିଟିଭ୍‌

ଭୋପାଳ,୨୦।୧୨: ପୁଣିଥରେ ମୁଣ୍ଡ ଟେକିଲାଣି କରୋନା। ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋରରୁ ୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ଭାଇରସର ନୂଆ ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି। କରୋନା ସଂକ୍ରମିତ ହୋଇଥିବା ସ୍ତ୍ରୀ, ସ୍ବାମୀଙ୍କୁ ତୁରନ୍ତ ଆଇସୋଲେଶନକୁ ପଠାଯାଇଛି। ଉଭୟଙ୍କୁ ଘରେ ଆଇସୋଲେଶନରେ ରଖାଯାଇଥିଲା।

ସାରା ଦେଶରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଜେଏନ୍‌. ୧କୁ ନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ ରହିଛି। ବିଶେଷ କରି ବିଦେଶୀ ଭ୍ରମଣରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି। ଯାହା ଦ୍ୱାରା କରୋନା ଭାଇରସ ବିସ୍ତାରକୁ ରୋକା ଯାଇପାରିବ। ଏହା ବ୍ୟତୀତ ସନ୍ଦିଗ୍ଧ ରୋଗୀଙ୍କୁ ମଧ୍ୟ ନଜର ରଖାଯାଉଛି। କରୋନାରେ ସଂକ୍ରମିତ ଦମ୍ପତି ସହରର ପଲାସିଆ ଅଞ୍ଚଳର ବାସିନ୍ଦା।

 

Share