Categories: ଜାତୀୟ

ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର…

ନୂଆଦିଲ୍ଲୀ,୨୦।୧୧: ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ-୨୦୨୧ର ଘୋଷଣା କରାଯାଇଛି। ଏଥିରେ ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର ସମ୍ମାନ ଲାଭ କରିଛି। ମଧ୍ୟପ୍ରଦେଶର ଇନ୍ଦୋର ସହର ପୁଣି ଏହି ତାଲିକାର ଶୀର୍ଷରେ ରହିଛି।

ସ୍ବଚ୍ଛ ସର୍ବେକ୍ଷଣ -୨୦୨୧ ରେ ଗୁଜରାଟର ସୁରଟ ଦୁଇ ନମ୍ବରରେ ଥିବାବେଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ତୃତୀୟ ସ୍ଥାନରେ ରହିଛି।

ସ୍ବଚ୍ଛ ଭାରତ ମିଶନ-ସହର ୨.୦ ଅନ୍ତର୍ଗତରେ ଭାରତକୁ ଅଳିଆ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଜାରି ରହିଥିବା କାର୍ଯ୍ୟକ୍ରମ ଅନୁଯାୟୀ, ଆବର୍ଜନାମୁକ୍ତ ସହର ବର୍ଗରେ ପ୍ରମାଣିତ ହୋଇଥିବା ପ୍ରାପ୍ତ ସହରଗୁଡିକୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟର ’ସଫାଇମିତ୍ର ସୁରକ୍ଷା ଚ୍ୟାଲେଞ୍ଜ’ ଉଦ୍ୟମରେ ସର୍ବୋତ୍ତମ ସ୍ବଚ୍ଛତା ପ୍ରଦର୍ଶନ କରୁଥିବା ସହରଗୁଡ଼ିକୁ ସ୍ବୀକୃତି ପ୍ରଦାନ କରୁଥିବା ସଫାଇ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ୪୩୨ ସହରକୁ ସମ୍ମାନୀତ କରାଯାଇଛି। ଚଳିତ ଥର ସର୍ବେକ୍ଷଣରେ ୪୩୨୦ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଚଳିତ ଥର ସ୍ବଚ୍ଛ ସହର ପାଇଁ ପାଞ୍ଚ କୋଟିରୁ ଅଧିକ ଫିଡବ୍ୟାକ ଆସିଥିଲା। ଗତ ବର୍ଷ ଏହି ସଂଖ୍ୟା ୧.୮୭ କୋଟି ଥିଲା।

Share