Categories: ଜାତୀୟ

ଇନ୍ଦୋର ଦେଶର ସବୁଠୁ ସ୍ମାର୍ଟ ସହର, ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ରାଜ୍ୟ

ଭୋପାଳ,୨୭।୯: ମଧ୍ୟପ୍ରଦେଶର ଇନ୍ଦେରରେ ଅନୁଷ୍ଠିତ ସ୍ମାର୍ଟ ସିଟିର ନ୍ୟାଶ୍‌ନାଲ୍‌ କନଫରେନ୍ସ ସାମିଲ ହୋଇନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଇନ୍ଦୋର ସମେତ ୧୫ରୁ ଅଧିକ ସହରକୁ ସ୍ମାର୍ଟ ସିଟି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଇନ୍ଦୋର ଦେଶର ସବୁଠୁ ସ୍ମାର୍ଟ ସହର, ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି। ଜିଡିପି ସହ ସ୍ବଚ୍ଛତାରେ ମଧ୍ୟ ଇନ୍ଦୋର ଆଗରେ ରହିଛି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ସହରୀ ବିକାଶରେ ଆମ ଦେଶର ସମଗ୍ର ନିବେଶ ପୂର୍ବ ତୁଳନାରେ ବୃଦ୍ଧି ପାଇଛି। ଭାରତ ଜି୨୦ ସମ୍ମିଳନୀ ସଫଳତାପୂର୍ବକ ଆୟୋଜିତ କରାଯାଇଛି। ଦେଶର ବିକାଶ ବୃଦ୍ଧି କରିବାରେ ସହରଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମସ୍ତ ୧୦୦ ସ୍ମାର୍ଟ ସହରରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ୍‌ ସେଣ୍ଟର ସ୍ଥାପନା କରାଯାଇଛି। ସିସିଟିଭି ସର୍ବଲାନ୍ସ ସୁରକ୍ଷାକୁ ସୁଦୃଢ କରିବାର କାର୍ଯ୍ୟ କରାଯାଉଛି। ମହିଳାଙ୍କ ସୁରକ୍ଷା ଆହୁରି ବଢାଇବାର ଆବଶ୍ୟକତା ରହିଛି।

Share