Categories: ଜାତୀୟ

ମୋଦିଙ୍କ ଦୀର୍ଘ ଜୀବନ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠକଲେ ବିଧାୟକ

ଇନ୍ଦୋର,୭ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରୁ ଫେରିଆସିବା ଘଟଣାକୁ ନେଇ ଦେଶର ପ୍ରାୟ ସମସ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଆକ୍ରୋଶ ଥିବା ନଜର ଆସିଛି । ସେମାନେ ଏଥିପାଇଁ ପଞ୍ଜାବ ସରକାରଙ୍କ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଇନ୍ଦୋର ବିଧାନସଭାର ବିଧାୟକ ଆକାଶ ବିଜୟଭର୍ଗିୟ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଏଥିପାଇଁ ପଞ୍ଜାବର ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି ମୋଦିଙ୍କ ରାଲିକୁ ଯେଉଁଠି ଅଟକାଇ ଦିଆଯାଇଥିଲା ତାହା ପାକିସ୍ତାନ ସୀମାଠାରୁ ଅଳ୍ପ କିଛି କିଲୋମିଟର ଦୂର । ତେଣୁ ସେଠାରେ କିଛି ବି ଘଟଣା ଘଟି ପାରି ଥାଆନ୍ତା । ପ୍ରଧାନମନ୍ତ୍ରୀଙ୍କ ପାଇଁ ବିପଦ ମାନେ ଦେଶର ପ୍ରତିଟି ନାଗରିକ ପାଇଁ ବିପଦ ବୋଲି ବିଜୟଭର୍ଗିୟ କହିଥିଲେ । ଏହାପରେ ସେ ମାତା ଅହିଲ୍ୟାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମୋଦିଙ୍କ ଦୀର୍ଘ ଜୀବନ କାମନା ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ ।

Share