Categories: ଜାତୀୟ

ରେଷ୍ଟୁରାଣ୍ଟରେ ଖାଉଥିଲେ ଏମ୍‌ପି, କାର୍‌ ଲକ୍‌ କରିଦେଲା ପୋଲିସ: ଆଉ ତା’ପରେ

ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ପୋଲିସ ଏକ କଡ଼ା ପଦକ୍ଷେପ ନେଇଛି। ନିୟମ ଭାଙ୍ଗିବାରୁ ଇନ୍ଦୋର ଏମ୍‌ପି ଶଙ୍କର ଲାଲଓ୍ବାନୀ ଚାଲାଣ କାଟିଦେଇଛି ପୋଲିସ। ସୋମବାର ଶଙ୍କର ଖଣ୍ଡଓ୍ବା ଆସିଥିଲେ। ସେ ମୁମ୍ବାଇ ବଜାରସ୍ଥିତ ଏକ ରେଷ୍ଟୁରାଣ୍ଟରେ ସେ ଖାଇବାକୁ ଅଟକି ଥିଲେ। ସେ ରେଷ୍ଟୁରାଣ୍ଟ ସାମ୍ନାରେ ଥିବା ନୋ ପାର୍କିଂ ଜୋନରେ ଗାଡି ଛିଡା କରିଥିଲେ। ପୋଲିସ ପ୍ରଥମେ ତାଙ୍କ ଗାଡିକୁ ଲକ୍‌ କରିଦେଇ ପରେ ୧୫୦୦ ଟଙ୍କା ଜରିମାନା ଲଗାଇଥିଲା। ଏମ୍‌ପି ଏକଥା ଜାଣିବା ପରେ ଖାଇସାରି ଚୁପଚାପ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ମୋଟର ସାଇକେଲରେ ବସି ପଳାଇଥିଲେ। ଏହାପରେ ଏମ୍‌ପିଙ୍କ ଡ୍ରାଇଭର୍‌ ଜରିମାନା ଦେବା ପରେ ଗାଡି ନେଇ ପଳାଇଥିଲେ।

Share