Categories: ଜାତୀୟ

ମନ୍ଦିର କୂଅ ଛାତ ଭୁଶୁଡିବା ଘଟଣା: ୪ ମୃତ, ୧୯ ସୁରକ୍ଷିତ ଉଦ୍ଧାର

ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୯ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ରାମନବମୀ ଯୋଗୁ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୋଇଥିଲେ। ଦୁର୍ଘଟଣା ପରେ ଲୋକେ ଆତଙ୍କିତ ହୋଇପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଭକ୍ତଙ୍କୁ କୌଣସି ପ୍ରକାରେ ବାହାରକୁ ନିଆଯାଇଥିଲା। ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Share