Categories: ମେଟ୍ରୋ

ଇନ୍ଦ୍ରଧନୁ ମାର୍କେଟ ସିଲ୍‌

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜଧାନୀସ୍ଥିତ ନୟାପଲ୍ଲୀର ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍‌ ହୋଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଶନିବାର ଏବଂ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌। ତେବେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଏହି ମାର୍କେଟ ବନ୍ଦ ରହିବ। ଲୋକେ ବଜାରରେ ଅଧିକ ଗହଳି କରିବା ସହ କୋଭିଡ୍‌ ନିୟମର ଉଲ୍ଲଂଘନ କରୁଛନ୍ତି। ଉଭୟ ଦୋକାନୀ ଓ ଗ୍ରାହକ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବାରୁ ଏହି ସିଲ୍‌ କରାଯାଇଛି।

Share