Categories: ଜାତୀୟ

ଇନ୍ଦ୍ରମଣି ପାଣ୍ଡେ ହେବେ ବିମ୍‌ଷ୍ଟେକ୍‌ ମହାସଚିବ

ନୂଆଦିଲ୍ଲୀ,୨୨ା୧୦: ବରିଷ୍ଠ କୂଟନୀତିଜ୍ଞ ଇନ୍ଦ୍ରମଣି ପାଣ୍ଡେ ୭ ରାଷ୍ଟ୍ର ବିଶିଷ୍ଟ ବେ ଅଫ୍‌ ବେଙ୍ଗାଲ ଇନିସିଏଟିଭ୍‌ ଫର୍‌ ମଲ୍ଟି-ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ୍‌ (ବିମ୍‌ଷ୍ଟେକ୍‌)ର ନୂଆ ମହାସଚିବ ହେବେ। ଏନେଇ ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ମ୍ୟାନ୍‌ମାର, ଥାଇଲାଣ୍ଡ, ନେପାଳ ଓ ଭୁଟାନ ସଦସ୍ୟ ଥିବା ଏହି ରାଷ୍ଟ୍ରଗୋଷ୍ଠୀର ସର୍ବୋଚ୍ଚ ପଦରେ ଅବସ୍ଥାପିତ ହେବାରେ ଇନ୍ଦ୍ରମଣି ପ୍ରଥମ ଭାରତୀୟ। ୧୯୯୦ ବ୍ୟାଚ୍‌ ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ଇନ୍ଦ୍ରମଣି ବର୍ତ୍ତମାନ ଜାତିସଂଘ ଓ ଜେନେଭାସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକରେ ଭାରତର ସ୍ଥାୟୀ ପ୍ରତିନିଧି ରୂପେ କାର୍ଯ୍ୟରତ। ସେ ଖୁବ୍‌ଶୀଘ୍ର ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।

Share