Categories: ଜାତୀୟ

ଜେଲ୍‌ରୁ ମୁକୁଳିଲେ ଇନ୍ଦ୍ରାଣୀ

ମୁମ୍ବାଇ,୨୦।୫: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଶୁକ୍ରବାର ଜେଲ୍‌ରୁ ମୁକୁଳିଛନ୍ତି। ଦୀର୍ଘ ୬ବର୍ଷରୁ ଅଧିକ ଦିନ ପରେ ଶୁକ୍ରବାର ଇନ୍ଦ୍ରାଣୀ ମୁମ୍ବାଇର ବାଏକୁଲା ଜେଲ୍‌ରୁ ମୁକୁଳିଛନ୍ତି। ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ନିଜ ଝିଅ ଶିନା ବୋରାଙ୍କ ହତ୍ୟା ମାମଲାରେ ମୁମ୍ବାଇର ବାଏକୁଲା ଜେଲ୍‌ରେ ବନ୍ଦ ଥିଲେ। ତେବେ ଜେଲ୍‌ରୁ ମୁକ୍ତ ହେବା ପରେ ସେ ଆଶ୍ୱସ୍ତି ଅନୁଭବ କରୁଛନ୍ତି ବୋଲି ଇନ୍ଦ୍ରାଣୀ କହିଛନ୍ତି।

Share