Categories: ଜାତୀୟ

ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ…

ନୂଆଦିଲ୍ଲୀ, ୧୮।୫ : ସୁପ୍ରିମକୋର୍ଟ ବୁଧବାର ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ମୁମ୍ବାଇ ଜେଲରେ ୭ ବର୍ଷ ଧରି ରହିଛନ୍ତି। ୧୯ ବର୍ଷ ପୂର୍ବେ ୨୯୧୨ରେ ତାଙ୍କ ଝିଅ ଶିନା ବୋରାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଥିଲା।

ନିଜ ଝିଅଙ୍କ ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀ ମୁଖ୍ୟ ଅଭିଯୁକ୍ତ। ସେ ୬ ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି ବୋଲି ଆଧାରରେ ଶୀର୍ଷକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଇନ୍ଦ୍ରାଣୀ ଯୁକ୍ତି କରିଥିଲେ ଯେ ତାଙ୍କ ମକଦ୍ଦମା ୬ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ବର୍ତ୍ତମାନ ଏହାର ଶୀଘ୍ର ସମାଧାନ ହେବାର କୌଣସି ସମ୍ଭାବନା ନାହିଁ। ୨୦୧୫ ରେ ତାଙ୍କ ଡ୍ରାଇଭରଙ୍କ ଦ୍ୱାରା ସତ୍ୟ ପ୍ରକାଶ ପାଇବା ପରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା।

Share