ସର୍ବନିମ୍ନସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର

ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ)ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେବା ଯୋଗୁ କଳାହାଣ୍ଡି ଜିଲାର ଲାଇଫ୍‌ଲାଇନ (ଜୀବନରେଖା) କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ସର୍ବନିମ୍ନ ସ୍ତରରେ ରହି ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଜିଲାରେ ଗତ ୨ଦିନରେ ସାମାନ୍ୟ ବର୍ଷା ହେବା ଫଳରେ ଜଳଭଣ୍ଡାରର ଜଳସ୍ତର ମାତ୍ର ୦.୩୧ ମିଟର ବୃଦ୍ଧି ହୋଇ ୬୨୭.୬୫ମିଟରରେ ପହଞ୍ଚତ୍ଛି। ପୂର୍ବବର୍ଷ ଏହି ସମୟରେ ଜଳସ୍ତର ୬୨୯.୮୬ମିଟର ରହିଥଲା। ନଦୀଗୁଡିକର ଉପରି ଭାଗରେ ପର୍ଯ୍ୟାପ୍ତ ପରିମାଣରେ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଖଣି ଉତ୍ତୋଳନ ହେତୁ ବର୍ଷା ପରିମାଣ କମୁଛି। ଫଳରେ ଇନ୍ଦ୍ରାବତୀ, କାଣବିନ୍ଧା, ପେଟଫୁଲା ଭଳି ଚିରସ୍ରୋତା ନଦୀମାନଙ୍କରେ ଜଳ ପ୍ରବାହ କମିବାରେ ଲାଗିଛି।
ଇନ୍ଦ୍ରାବତୀ ଜଳଭଣ୍ଡାର ପରିଧି ୨୬୩୨ବର୍ଗ କି.ମି. ରହିଛି। ଏହି ଇଲାକାରେ ରହିଥିବା ଅନେକ ଝରଣା, ଛୋଟ ବଡ଼ ନଦୀ ଓ ଚାରି ପ୍ରମୁଖ ନଦୀ କପୁର, ମୁରାନ, ପୋଡ଼ା ଗଡ ଓ ଇନ୍ଦ୍ରାବତୀ ୧୧୦ବର୍ଗ କି.ମି. ପରିବ୍ୟାପ୍ତ ଜଳଭଣ୍ଡାରକୁ ପରିପୁଷ୍ଟ କରିଥାଏ। ଚଳିତ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ୧,୧୮,୦୪୧ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନକଲେ ମାତ୍ର ୦.୬୫ମିଟର ପାଣି ଜଳ ସେଚନରେ ଉପଯୋଗ ହୋଇପାରେ ବୋଲି ଜଣାପଡିଛି। ଇନ୍ଦ୍ରାବତୀର ଡେଡ୍‌ ଷ୍ଟୋରେଜ ଲେଭଲ ୬୨୫ମିଟର ରହିଥିବା ବେଳେ ମୁହାଣରେ ପଙ୍କ ଜମାଟ ବାନ୍ଧିଥିବାରୁ ୬୨୭ମିଟର ପହଞ୍ଚତ୍ଲା ବେଳକୁ ବିଦ୍ୟୁତ୍‌ ଉତ୍ପାଦନରେ ବାଧା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ପୂର୍ବ ଇତିହାସକୁ ଅନୁଧ୍ୟାନକଲେ ୨୦୧୫ ଜୁଲାଇ ୩୧ତାରିଖ ସୁଦ୍ଧା ଜଳସ୍ତର ୬୩୦.୪୩ ମିଟର, ୨୦୧୬ରେ ୬୩୨.୮୪ମିଟର, ୨୦୧୭ରେ ୬୩୨.୦୮ ମିଟର,୨୦୧୮ରେ ୬୩୪.୬୪ ମିଟର, ୨୦୧୯ରେ ୬୩୩.୫ ମିଟର, ୨୦୨୦ରେ ୬୩୦.୮୦ ମିଟର, ୨୦୨୧ରେ ୬୩୦.୧୦ ମିଟର, ୨୦୨୨ରେ ୬୩୩.୦୯ ମିଟର, ୨୦୨୩ରେ ୬୨୯.୮୬ ମିଟର ରହିଥିଲା। ଆଗାମୀ ଦିନରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେଲେ ଜଳସେଚନ ସହ ବିଜୁଳି ଉତ୍ପାଦନରେ ଅଗ୍ରଣୀ ଭୂମିକା ରଖିଆସିଥିବା କଳାହାଣ୍ଡିର ଜୀବନରେଖା ପାଇଁ ବିପଦର ଘଣ୍ଟି ବାଜିବା ପୂର୍ବରୁ ସରକାର ବିହିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri