Categories: ଜାତୀୟ

ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୨: ଭାରତୀୟ ବାୟୁସେନାରେ ମହିଳାଙ୍କୁ ଯୁଦ୍ଧ ପାଇଲଟ ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର କହିଛନ୍ତି, ଏହି ନିଷ୍ପତ୍ତି ଭାରତର ମହିଳା ଶକ୍ତି କ୍ଷମତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସଶକ୍ତିକରଣ ପ୍ରତି ପ୍ରତିବଦ୍ଧତାର ପ୍ରମାଣ। ରାଜନାଥ ସିଂ ଏକ ଟୁଇଟ୍‌ରେ ଲେଖିଛନ୍ତି, ଭାରତୀୟ ବାୟୁସେନାରେ ମହିଳା ଯୁଦ୍ଧ ବିମାନ ପାଇଲଟ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପାଇଲଟ ସ୍କିମ ଚିରସ୍ଥାୟୀ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟ ସମ୍ମାନଜନକ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ରେ ମହିଳାଙ୍କ ପ୍ରବେଶ ପାଇଁ ରାସ୍ତା ଖୋଲିବାର କିଛି ମାସ ପରେ ଏହି ନିଷ୍ପତ୍ତି ନିଆଯାଇଛି।
୨୦୧୮ରେ ଫ୍ଲାଇଙ୍ଗ ଅଫିସର ଅବନୀ ଚତୁର୍ବେଦୀ ଏକ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କରିଥିଲେ। ସେ ପ୍ରଥମ ଭାରତୀୟ ମହିଳା ଥିଲେ।

Share