Categories: ଜାତୀୟ

ସିନ୍ଧୁ ଜଳ ଚୁକ୍ତି, ଭାରତ ଆସିବେ ପାକିସ୍ତାନ ପ୍ରତିନିଧି ଦଳ…

ନୂଆଦିଲ୍ଲୀ, ୨୮।୫ :ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ ଆଲୋଚନା କରିବେ। ଏହି ବୈଠକରେ ବନ୍ୟା ପରିସ୍ଥିତି ଏବଂ ସିନ୍ଧୁ ଜଳ ଉପରେ ସ୍ଥାୟୀ ଆୟୋଗର ବାର୍ଷିକ ରିପୋର୍ଟ ଉପରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି କୁହାଯାଉଛି।

ଏଥି ସହିତ ୧୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ପାକୁଲ ଡୁଲ ଜଳ ବିଦ୍ୟୁତ୍‌ ଯୋଜନା ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇପାରେ।

ସିନ୍ଧୁ ଜଳ ଚୁକ୍ତି ନେଇ ଦୁଇ ଦେଶ ମଧ୍ୟରେ ଏହା ୧୧୮ ତମ ଦ୍ୱିପାକ୍ଷିକ ବୈଠକ ହେବ ବୋଲି ପାକିସ୍ତାନର ସିନ୍ଧୁ ଜଳ କମିଶନର ସୟଦ ମେହେର ଅଲି ଶାହା କହିଛନ୍ତି।

ଏହାପୂର୍ବରୁ ୨୦୨୨ ମାର୍ଚ୍ଚ ୨ ରୁ ୪ ମଧ୍ୟରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ତିନି ଦିନିଆ ଆଲୋଚନା ହୋଇଥିଲା। ସେ କହିଛନ୍ତି ଯେ ଝେଲମ ଏବଂ ଚେନାବ ଭଳି ନଦୀ ଉପରେ ନିର୍ମାଣ କରାଯାଉଥିବା କୌଣସି ଜଳ ବିଦ୍ୟୁତପ୍ରକଳ୍ପକୁ ପାକିସ୍ତାନ ପ୍ରତିନିଧୀ ଦଳ ପରିଦର୍ଶନ କରିବେ ନାହିଁ।

ପାକିସ୍ତାନ ପ୍ରତିନିଧି ଦଳ ୱାଘା ସୀମା ଦେଇ ଭାରତକୁ ଆସିବେ। ଜୁନ୧ ରେ ଏହି ଦଳ ପାକିସ୍ତାନକୁ ଫେରିବେ।

Share