ବେଜିଂ,୧୭ା୧୧: ଚାଇନାରେ ସୁରକ୍ଷାର ଢିଲା କାରଣରୁ ଶିଳ୍ପ ସଂସ୍ଥା ଗୁଡିକରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଇତି ମଧ୍ୟମରେ ଚାଇନାର ଶାନ୍କ୍ସି ପ୍ରଦେଶରେ ଏକ କୋଇଲା ଖଣି କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିଯିବାରୁ ୨୬ ଜଣଙ୍କ ମୃତ୍ୟୁ ଘଟିବା ସହ ୩୮ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ମୃକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ, କୋଇଲା ଖଣି କମ୍ପାନୀର ୫ ମହଲା ବିଶିଷ୍ଟ ଅଟ୍ଟାଳିକାର ଦ୍ୱିତୀୟ ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ପରେ ଅନ୍ୟ ମହଲାଗୁଡ଼ିକୁ ବ୍ୟାପିଯାଇଥିଲା। ଆହତମାନଙ୍କ ଉଦ୍ଧାର ଲାଗି ସମସ୍ତ ଉଦ୍ୟମ କରିବାକୁ ଆମେରିକାର ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି।