Categories: ବାଣିଜ୍ୟ

ମାର୍ଚ୍ଚରେ କମିଲା ଶିଳ୍ପ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୯।୪: ଗତ କିଛି ମାସ ହେବ ଦେଶରେ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏପରିକି ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ଯୋଗୁ ଶିଳ୍ପକ୍ଷେତ୍ରରେ ଉତ୍ପାଦନ ହ୍ରାସ ପାଇଥିବା ଆକଳନ କରାଯାଇଛି। ଏ ନେଇ ଶୁକ୍ରବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ମନ୍ତ୍ରଣାଳୟର ରିର୍ପୋଟ ଅନୁସାରେ ୨୦୨୩ ମାର୍ଚ୍ଚରେ ଦେଶରେ ପ୍ରମୁଖ ୮ଟି କୋର୍‌ ସେକ୍ଟର ବାର୍ଷିକ ଆଧାରରେ ୩.୬%କୁ ଅଭିବୃଦ୍ଧି ହ୍ରାସ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୨୨ ଫେବୃୟାରୀରେ ଏହି ଅଭିବୃଦ୍ଧି ହାର ୬% ରହିଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ୨୦୨୩ ମାର୍ଚ୍ଚରେ ଅଶୋଧିତ ତୈଳ ଉତ୍ପାଦନ ୨.୮% ହ୍ରାସ ହୋଇଥିବା ବେଳେ ପାଓ୍ବାର କ୍ଷେତ୍ର ୧.୮% ଏବଂ ସିମେଣ୍ଟ କ୍ଷେତ୍ର ୦.୮%ର ଉତ୍ପାଦନକୁ ହ୍ରାସ ହୋଇଛି। ଅପରପକ୍ଷରେ କୋଇଲା, ସାର, ଷ୍ଟିଲ୍‌, ପ୍ରାକୃତିକ ଗ୍ୟାସ୍‌ ଓ ରିଫାଇନେରି ଭଳି ଉତ୍ପାଦନ କ୍ଷେତ୍ରଗୁଡିକରେ ମଧ୍ୟ ଅଭିବୃଦ୍ଧି ଦେଖିବାକୁ ମିଳିଛି।

Share