Categories: ବାଣିଜ୍ୟ

୮% ଖସିଲା ଶିଳ୍ପକ୍ଷେତ୍ର ଉତ୍ପାଦନ

 

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଭାବ ବଜାର ଉପରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହାର ପ୍ରଭାବରେ ଅଗଷ୍ଟ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ୮% ହ୍ରାସ ହୋଇଥିବା ନଜରକୁ ଆସିଛି। ମାନୁଫାକଚରିଂ, ଖଣି ଏବଂ ଶକ୍ତି ଉତ୍ପାଦନ ଭଳି କ୍ଷେତ୍ରରେ ଉତ୍ପାଦନ ଖସିବା ଯୋଗୁ ଏଭଳି ସ୍ଥିତି ନଜରକୁ ଆସିଛି। ସୋମବାର ସରକାର ଜାରି କରିଥିବା ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ଡାଟା ମୁତାବକ, ମାନୁଫାକଚରିଂ କ୍ଷେତ୍ର ଉତ୍ପାଦନ ୮.୬% ହ୍ରାସ ହୋଇଛି। ସେହିଭଳି ଖଣି ଏବଂ ଶକ୍ତି କ୍ଷେତ୍ର ଉତ୍ପାଦନ ଯଥାକ୍ରମେ ୯.୮% ଏବଂ ୧.୮% ଖସିଛି। ୨୦୧୯ ଅଗଷ୍ଟରେ ଆଇଆଇପି ୧.୪% ହ୍ରାସ ହୋଇଥିଲା। ବର୍ତ୍ତମାନ କରୋନା ପାଇଁ ବଜାର ସ୍ଥିତି ଭଲ ନ ଥିବା ବେଳେ ଅଗଷ୍ଟ ଆଇଆଇପି ଡାଟାକୁ ଗତ ବର୍ଷ ସମାନ ସମୟ ଡାଟା ସହ ତୁଳନା କରିବା ଠିକ୍‌ ନୁହେଁ ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ କରୋନା କଟକଣା ଧୀରେ ଧୀରେ କୋହଳ କରାଯାଉଛି। ଫଳରେ ବଜାରରେ ସୁଧାର ଆସୁଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

Share