Categories: ବାଣିଜ୍ୟ

ବୃଦ୍ଧି ପାଇଛି ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୩।୧:ଗତବର୍ଷ ନଭେମ୍ବର ମାସରେ ୭.୧% ଶିଳ୍ପ ଉପତ୍ାଦନ ବୃଦ୍ଧି ପାଇଛି ବୋଲି ଗୁରୁବାର ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୨ ନଭେମ୍ବରରେ ଇଣ୍ଡଷ୍ଟ୍ରିଆଲ୍‌ ପ୍ରଡକ୍ସନ ଇଣ୍ଡେକ୍ସ (ଆଇଆଇପି) ୧% ବୃଦ୍ଧି ହୋଇଛି। ଉଲ୍ଲେଖଯୋଗ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଶିଳ୍ପ ଉପତ୍ାଦନ ଅକ୍ଟୋବର ମାସରେ ୪.୧% ରହିଥିବା ବେଳେ ନଭେମ୍ବରରେ ଏହା ୭.୧% ରହିଛି। ତେବେ ଦେଶର ଉପତ୍ାଦନ କ୍ଷେତ୍ରରେ ଶିଳ୍ପ ଉପତ୍ାଦନ ୬.୧% ବୃଦ୍ଧି ଘଟିଛି। ସେହିପରି ଖଣି ଉପତ୍ାଦନ ୯.୭% ଏବଂ ବିଦ୍ୟୁତ୍‌ ଉପତ୍ାଦନ ୧୨.୭% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଏପରିକି ଗତବର୍ଷ ସମାନ ଅବଧି ମଧ୍ୟରେ ଶିଳ୍ପ କ୍ଷେତ୍ରର ପ୍ରମୁଖ ୧୦ ସଂସ୍ଥାନର ଉତ୍ପାଦର ହ୍ରାସ ପାଇଥିବାବେଳେ ବିକ୍ରି ପରିମାଣ ବୃଦ୍ଧି ଘଟିଛି। ବିଶେଷକରି ସିମେଣ୍ଟ, ସାର, ବୈଦ୍ୟୁତିକ ସାମଗ୍ରୀ, ଔଷଧୀୟ କ୍ଷେତ୍ରର ଉତ୍ପାଦନ ହ୍ରାସ ପାଇଛି ପରିଲକ୍ଷିତ ହୋଇଛି।

Share