ନୂଆଦିଲ୍ଲୀ,୧୪।୩: ଶିଳ୍ପପତି ଗୌତମ ଆଦାନୀଙ୍କ ପୁଅ ଜିତ୍ ଆଦାନୀଙ୍କ ନିର୍ବନ୍ଧ ଶେଷ ହୋଇଛି। ସେ ହୀରା ବ୍ୟବସାୟୀ ଜୈମିନ ଶାହାଙ୍କ ଝିଅ ଡିଭା ଜୈମିନ ଶାହାଙ୍କୁ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ନିର୍ବନ୍ଧ ସମାରୋହ ରବିବାର ଗୁଜୁରାଟର ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ।