‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ ହେଲେ ରତନ ଟାଟା

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ସରକାର ଶିଳ୍ପପତି ଓ ଟାଟା କମ୍ପାନୀର ମାଲିକ ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ କରିବାକୁ ଜୁଲାଇ ୨୮ତାରିଖରେ ଘୋଷଣା କରିଥିଲେ। ତେବେ ସେ ଅସୁସ୍ଥ ଥିବାରୁ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ। ତେଣୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ ତାଙ୍କ ବାସଭବନରେ ପହଞ୍ଚି ଟାଟାଙ୍କୁ ସମ୍ମାନିତ କରିଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ରତନ ଟାଟା ଏବଂ ଟାଟା କମ୍ପାନୀର ଦେଶରେ ଅନେକ ଅବଦାନ ରହିଛି।

Share