Categories: ବାଣିଜ୍ୟ

କେଜିଆଇ ପକ୍ଷରୁ ଇଣ୍ଡଷ୍ଟ୍ରି-ଏକାଡେମିଆ କନେକ୍ଟ

ଭୁବନେଶ୍ୱର,୯।୯ (ଅଭୟ ଦାଶ): ରାଜ୍ୟର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଳିଙ୍ଗ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଟ୍ୟୁଶନ୍ସ ବା କେଜିଆଇ ପକ୍ଷରୁ ଆୟୋଜିତ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଆସୋଚାମ୍‌, ଏଏଫ୍‌ଏସ୍‌ଏ ଏବଂ ଇଗ୍‌ନାଇଟିଙ୍ଗ୍‌ ମାଇଣ୍ଡ୍‌ସର ସହଭାଗିତାରେ ଏକ ଇଣ୍ଡଷ୍ଟ୍ରି-ଏକାଡେମିଆ କନେକ୍ଟ କାର୍ଯ୍ୟକ୍ରମ ଯାଜପୁରର ତାରାପୁରସ୍ଥିତ କେଜିଆଇ କନ୍‌ଫରେନ୍ସ ହଲ୍‌ଠାରେ ଆୟୋଜିତ ହୋଇଯାଇଛି। ସେହିଭଳି ଏହି କର୍ମଶାଳା ‘କ୍ୟାମ୍ପସ୍‌ କନ୍‌ଭର୍ସେଶନ ଅନ୍‌ କ୍ଲାଇମେଟ ଚେଞ୍ଜ ଫର୍‌ ସଷ୍ଟେନବିଲିଟି’ ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ପରିବେଶ ସମ୍ବନ୍ଧିତ ସମସ୍ୟାଗୁଡିକ ଦିନକୁ ଦିନ ଗୁରୁତ୍ୱପୂର୍ଣ୍ଣ ହେବା ସହିତ ବିଭିନ୍ନ ପ୍ରକାରର ପ୍ରାକୃତିକ ସମସ୍ୟା ସୃଷ୍ଟି କରୁଛି ବୋଲି ମତପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ କେଜିଆଇର ଅଧ୍ୟକ୍ଷ ଇଂ. ଆଲେକଜାଣ୍ଡର ଦାସ ସ୍ବାଗତ ଅଭିଭାଷଣ ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଆସୋଚାମ୍‌ର ଉପ ନିର୍ଦ୍ଦେଶକ ତଥା ରାଜ୍ୟ ମୁଖ୍ୟ ପ୍ରିୟବ୍ରତ ମିଶ୍ର, ଇଗ୍‌ନାଇଟିଂ ମାଇଣ୍ଡ୍‌ସର ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ, ଟାଟା ପାୱାରର ସିଏସ୍‌ଆର୍‌ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଜେଏସ୍‌ଡବ୍ଲ୍ୟୁର ସିଏସ୍‌ଆର୍‌ ମୁଖ୍ୟ ଶୁଭେନ୍ଦୁ ଗୋପ୍‌ ଏବଂ କେଜିଆଇ ଆଡ୍‌ଭାଇଜରି ବୋର୍ଡର ଅଧ୍ୟକ୍ଷ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ ସହ ସେମାନେ ସାମଗ୍ରିକ ଭାବେ ପରିବେଶ ସଂରକ୍ଷଣର ମହତ୍ତ୍ୱ ଏବଂ ସ୍ଥାୟିତ୍ୱ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତାକୁ ରେଖାଙ୍କିତ କରିଥିଲେ। ସେହିପରି ଓଇଏସ୍‌ (ଓଡ଼ିଶା ଏନ୍‌ଭାଇରନମେଣ୍ଟାଲ ସୋସାଇଟି)ର ଅଧ୍ୟକ୍ଷ ଡ.ସୁନ୍ଦର ନାରାୟଣ ପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ରଞ୍ଜନ କୁମାର ଦାସ ସିଭିଲ ସର୍ଭିସ୍‌ ଓ ଅନ୍ୟାନ୍ୟ କମ୍ପିଟିଟିଭ୍‌ ପରୀକ୍ଷାର ଆଶାୟୀମାନଙ୍କ ପାଇଁ ଡିଜାଇନ କରାଯାଇଥିବା ଏକ ହ୍ୟାଣ୍ଡବୁକ୍‌ର ଉନ୍ମୋଚନ କରିଥିଲେ, ଯାହାକୁ କଳିଙ୍ଗ ଏକାଡେମୀ ଅଫ୍‌ ସିଭିଲ ସର୍ଭିସେସ୍‌ ଦ୍ୱାରା ବିକଶିତ କରାଯାଇଛି, ଏହା ସାମଗ୍ରିକ ଶିକ୍ଷା ଓ ସାମାଜିକ ଯୋଗଦାନ ପ୍ରତି କେଜିଆଇର ପ୍ରତିବଦ୍ଧତାକୁ ଆଗକୁ ବଢାଇଛି।

Share