ହସ୍ପିଟାଲରୁ ଶିଶୁପୁତ୍ରକୁ ଚୋରି କରି ନେଇଥିଲେ ଚୋର, ମା’ଙ୍କ ଅବସ୍ଥା ଦେଖି ରାସ୍ତାରେ ଶୁଆଇ ଚାଲିଗଲେ

ଜୟପୁର,୧୦ା୭: ରାଜସ୍ଥାନର ବାଡମେର ଜିଲା ହସ୍ପିଟାଲରୁ ଏକ ଶିଶୁପୁତ୍ର ଚୋରି ହୋଇଥିଲା। ତେବେ ତିନିଦିନ ପରେ ଏହି ଶିଶୁପୁତ୍ର ମିଳିଛି। ହସ୍ପିଟାଲରୁ ପୁଅକୁ କେହି ଚୋରି କରିନେବା ଜାଣି କମଳା ନାମକ ଜଣେ ମହିଳା କାନ୍ଦି କାନ୍ଦି ନୟାନ୍ତ ହୋଇପଡ଼ିଥିଲେ। ଫଳରେ ସମଗ୍ର ହସ୍ପିଟାଲରେ ଏହି ଖବର ବ୍ୟାପି ଯାଇଥିଲା।

ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ପୋଲିସ ଏବଂ ପ୍ରଶାସନ ଖୋଜିବାରେ ଲାଗିପଡ଼ିଥିଲେ। ହଠାତ୍‌ ବାଡମେର ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରଣ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏକ ବ୍ୟାଗ୍‌ ପଡ଼ିଥିଲା। ଯେଉଁଥିରେ ଏକ ଶିଶୁପୁତ୍ରକୁ ରଖାଯାଇଥିଲା। ପରେ ହସ୍ପିଟାଲ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ପରେ ଶିଶୁପୁତ୍ରକୁ ହସ୍ପିଟାଲ ଅଣାଯାଇଥିଲା। ପୁଅକୁ ପାଇ କମଳା ବହୁତ ଖୁସି ଅଛନ୍ତି। ମାତ୍ର ଚୋରର ସନ୍ଧାନ ମିଳିନାହିଁ। ପୋଲିସ ଚାରିଆଡ଼େ ଖୋଜୁଛି। ଶିଶୁପୁତ୍ରକୁ ଚୋରି କରି କରିଥିବା ଚୋର କମଳାଙ୍କ ଏପରି ଅବସ୍ଥା ଦେଖି ଛାଡ଼ି ଚାଲିଯାଇଛି ବୋଲି ଚାରିଆଡ଼େ ଆଲୋଚନା ହେଉଛି।

Share