Categories: ଜାତୀୟ

ଦିଲ୍ଲୀରେ ସଂକ୍ରମଣ ଆର୍‌ ଭାଲ୍ୟୁ ୨.୧

ନୂଆଦିଲ୍ଳୀ,୨୪।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବା ସହ ରିପ୍ରଡକ୍ଟିଭ୍‌ ଭାଲ୍ୟୁ (ଆର୍‌ ଭାଲ୍ୟୁ) ୨.୧କୁ ବୃଦ୍ଧି ପାଇଛି। କମ୍ପ୍ୟୁଟେଶନାଲ ମଡେଲ ଜରିଆରେ ଉକ୍ତ ଅଧ୍ୟୟନ କରାଯାଇଥିବାବେଳେ ଏହି ମଡେଲକୁ ଆଇଆଇଟି ମାଡ୍ରାସର ଗଣିତ ଏବଂ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଫର୍‌ କମ୍ପ୍ୟୁଟେଶନାଲ ମାଥ୍‌ମେଟିକ୍ସ ଆଣ୍ଡ ଡାଟା ସାଇନ୍ସ ମୁଖ୍ୟ ପ୍ରଫେସର ନୀଲେଶ ଏସ୍‌ ଉପାଧ୍ୟାୟ ଓ ପ୍ରଫେସର ସୁନ୍ଦର ତିଆରି କରିଛନ୍ତି। ଦିଲ୍ଲୀରେ କରୋନା ଭୂତାଣୁର ରିପ୍ରଡକ୍ଟିଭ୍‌ ଭାଲ୍ୟୁ ୨.୧ରେ ପହଞ୍ଚିଥିବାବେଳେ ଦେଶରେ ୧.୩ ରହିଛି।
ପୂର୍ବ ଦିନ ତୁଳନାରେ ରାଜଧାନୀରେ ଆର୍‌ ଭାଲ୍ୟୁ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ଚତୁର୍ଥ ଲହରର ଆରମ୍ଭ ଆଶଙ୍କା କରାଯାଉଥିବା ଆଇଆଇଟି ମାଡ୍ରାସ ଗଣିତ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଜୟନ୍ତ ଝା କହିଛନ୍ତି। ଶୁକ୍ରବାର ଦିଲ୍ଲୀରେ ମୋଟ ୧,୦୪୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏଠାରେ ପଜିଟିଭିଟି ରେଟ୍‌ ୪.୪୬ ପ୍ରତିଶତ ରହିଛି। ଓମିକ୍ରନ ସବ୍‌-ଲାଇନ୍‌ଏଜ୍‌ ବିଏ.୨.୧୨ ଅଧିକାଂଶ ସଂକ୍ରମିତଙ୍କଠାରେ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Share