ଲେମ୍ବୁପାଣିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ପାଣିରେ ଏଭଳି ତତ୍ତ୍ୱ ରହିଛି, ଯାହା ଇନ୍ଫେକଶନ ବା ସଂକ୍ରମଣ କମାଇବାରେ ଅନେକାଂଶରେ ସାହାଯ୍ୟ କରିଥାଏ। କାଲିଫର୍ନିଆ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏ ସମ୍ପର୍କରେ ଏକ ଗବେଷଣା କରି ଉପରୋକ୍ତ ତଥ୍ୟ ବିଷୟରେ ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, ନିୟମିତ ଲେମ୍ବୁପାଣି ପିଇଲେ ତାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଲେମ୍ବୁପାଣିରେ ଫ୍ଲାଭୋନାଏଡ୍ ନାମକ ତତ୍ତ୍ୱ ରହିଛି, ଯାହା ପେଟଜନିତ ରୋଗ ଦୂର କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ସକାଳେ ଉଷୁମ ପାଣିରେ ଲେମ୍ବୁ ଏବଂ ଅଳ୍ପ ମହୁ ମିଶାଇ ପିଇଲେ ତାହା ଚର୍ବି କମାଇଥାଏ। ଏହାକୁ ନିୟମିତ ପିଇଲେ ତାହା ରକ୍ତଚାପ, କ୍ଳାନ୍ତିରୁ ଅନେକାଂଶରେ ଉପଶମ ଦେଇଥାଏ। ଏହି ପାଣିରେ ଭିଟାମିନ୍ ‘ସି’ ଭରି ରହିଛି, ଯାହା ଅସ୍ଥିକୁ ମଜଭୁତ ରଖିଥାଏ।